ନୂଆଦିଲ୍ଲୀ,୨୮।୨: ୟୁକ୍ରେନ୍ ସଙ୍କଟକୁ ନେଇ ପୁଣି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ୟୁକ୍ରେନ୍କୁ ସଙ୍କଟ ଦିନକୁ ଦିନ ଜଟିଳ ହେଉଥିବାରୁ ପ୍ରଧାନମନ୍ତ୍ରୀ ଏହି ବୈଠକ ଡାକିଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି।
ତେବେ ଭାରତୀୟ ଉଦ୍ଧାର କରିବା ପାଇଁ ସରକାର ସବୁ ପ୍ରକାର ପ୍ରସ୍ତୁତି ଜାରି ରଖିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରରେ ଏହା ତୃତୀୟ ବୈଠକ । ଏହି ବୈଠକରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆଲୋଚନା ହୋଇଛି । ସେହିପରି ୟୁକ୍ରେନ୍ର ପଡ଼ୋଶୀ ରାଷ୍ଟ୍ରକୁ ୪ ଜଣ ମନ୍ତ୍ରୀଙ୍କୁ ମୋଦି ପଠାଇବେ। ଏହି ମନ୍ତ୍ରୀ ସେଠାରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବେ ବୋଲି ଜଣାପଡିଛି ।