Categories: ଜାତୀୟ

ଜୁଲାଇ ୩ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରୀ ପରିଷଦ ବୈଠକ

ନୂଆଦିଲ୍ଲୀ,୨୯।୬: ଆସନ୍ତା ଜୁଲାଇ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ଏକ ବୈଠକ ବସିବ। ପ୍ରଗତି ମଇଦାନରେ ନବନିର୍ମିତ ସମ୍ମିଳନୀ କେନ୍ଦ୍ରରେ ଏହି ବୈଠକ ଅନୁଷ୍ଠିତ ହୋଇପାରେ। ଏନେଇ ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଏଥି ସହ ସରକାରଙ୍କ ସମେତ ସଂଗଠନରେ ପୁନନିର୍ମାଣକୁ ନେଇ କଳ୍ପନାଜଳ୍ପନା ଆହୁରି ଜୋର ଧରିଛି। ସଂସଦର ମୌସୁମୀ ଅଧିବେଶନର କିଛି ଦିନ ପୂର୍ବରୁ ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହେଉଛି। ଜୁଲାଇର ତୃତୀୟ ସପ୍ତାହରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି।

 

Share