Categories: ଜାତୀୟ

ସମ୍ଭାବ୍ୟ ବାତ୍ୟା: ଅଧିକାରୀଙ୍କ ସହ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନର ୟୁରୋପ ଗସ୍ତ ଶେଷ କରି ଗୁରୁବାର ନୂଆଦିଲ୍ଲୀ ଫେରିଛନ୍ତିି । ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପୁଣି ଥରେ ନିଜ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି ।

ମୋଦି ନିଜ ବାସଭବନରେ କିଛି ସମୟ ରହିବା ପରେ ପୁଣି ଥରେ ନିଜ କାର୍ଯ୍ୟାଳୟ ଯିବେ। ସେଠାରେ ଅଧିକାରୀଙ୍କ ସହ ବୈଠକ କରିବା ସହ ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଏହାପରେ ସନ୍ଧ୍ୟା ୭ ଟାରେ ଏକ ଉଚ୍ଚସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ବୈଠକରେ କେନ୍ଦ୍ର ଶକ୍ତି ମନ୍ତ୍ରୀ, କୋଇଲା ମନ୍ତ୍ରୀ, ଜଳଶକ୍ତି ମନ୍ତ୍ରୀ ଆଇଏମଡି, ଏନଡିଆରଏଫ ଅଧିକାରୀଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀ ଉପସ୍ଥିତ ରହିବେ। ତେବେ ବୈଠକରେ ନିରନ୍ତର ବିଦ୍ୟୁତ ସେବା, ଜଳ ସଂକଟର ମୁକାବିଲା ନେଇ ପ୍ରସ୍ତୁତିର ମୋଦି ସମୀକ୍ଷା କରିବେ । ଏହାସହ ଆଣ୍ଡାମାନ ସାଗରରେ ସମ୍ଭାବ୍ୟ ବାତ୍ୟା, ଏହାର ପ୍ରଭାବ ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିବେ ବୋଲି ଜଣାପଡିଛି।

Share