Categories: ଜାତୀୟ

ବିହାରରେ ୧୨ ରାଲି କରିବେ ମୋଦି

ପାଟନା,୧୬ ।୧୦: ବିହାର ବିଧାନସଭା ପାଇଁ ତାରିଖ ଘୋଷଣା ଚାଲିଥିବା ବେଳେ ଏବେ ସବୁ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେବେ ସେଠାରେ ଏନ୍‌ଡିଏ କ୍ଷମତା ହାସଲ ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିଥିବା ବେଳେ ଏଥିପାଇଁ ଷ୍ଟାର କ୍ୟାମ୍ପନର ସାଜିଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ମୋଦି ବିହାରରେ ୧୨ଟି ରାଲି କରିବେ ବୋଲି ଜଣାପଡିଛି । ଶୁକ୍ରବାର ଏନ୍‌ଡିଏ ବିହାରରେ ଏକ ଭର୍ଚ୍ୟୁଆଲ ପ୍ରେସ କନଫରେନ୍ସ ଜରିଆରେ ଏହି ସୂଚନା ଦେଇଛି । ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ବିହାର ନିର୍ବାଚନ ପ୍ରଭାରୀ ଦେବେନ୍ଦ୍ର ଫଡନବିସ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ୧୨ଟି ରାଲି କରିବେ । ପ୍ରଥମେ ୨୩ ତାରିଖରେ ସାସାରାମ, ଗୟା ଓ ଭାଗଲପୁରରେ ରାଲି କରିବେ । ସେହିପରି ୨୮ ତାରିଖରେ ଦରଭଙ୍ଗା, ମୁଜାଫରପୁର ଓ ପାଟନାରେ ମୋଦି ରାଲି କରିବାର କାର୍ଯ୍ୟକ୍ରମ ରହିଛି । ପୁଣିଥରେ ନଭେମ୍ବର ୧ରେ ମୋଦି ବିହାର ଗସ୍ତ କରିବେ । ମୋଦିଙ୍କ ରାଲି ଜରିଆରେ ରାଜ୍ୟ ବିକାଶର ନକ୍ସା ଜନତାଙ୍କ ସାମ୍ନାରେ ରଖାଯିବ ବୋଲି ଫଡନବିସ କହିଛନ୍ତି । ଏହି ରାଲିକୁ ଏଲ୍‌ଇଡି ସ୍କ୍ରିନ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ । ଏହାସହ ରାଲି ସମୟରେ ସାମାଜିକ ଦୂରତା ଓ ସମସ୍ତ କୋଭିଡ ନିୟମ ପାଳନ କରାଯିବ ବୋଲି ଫଡନବିସ କହିଛନ୍ତି ।

Share