Categories: ଜାତୀୟ

ଆଜି ବାରାଣସୀରେ ରୋଡ ଶୋ କରିବେ ମୋଦି

ଲକ୍ଷ୍ନୌ,୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀ ଗସ୍ତରେ ଯିବେ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ବାରାାଣାସୀରେ ରୋଡ ଶୋ କରିବେ । ବାରାଣାସୀର ମଲଦହିୟା ଠାରୁ ଆରମ୍ଭ କରି ଗୋଡୌଲିଆ ପର୍ଯ୍ୟନ୍ତ ଏହି ରୋଡ ଶୋ ହେବ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଆସନ୍ତା ୭ରେ ହେବ। ଏହି ପରିପ୍ରେକ୍ଷୀରେ ଆଉ ଦୁଇ ଦିନ ପ୍ରଚାର କରିପାରିବେ ପ୍ରାର୍ଥୀ। ତେଣୁ ପ୍ରଧାନମନ୍ତ୍ରୀ ମୋଦି ଆଜି ବାରାଣାସୀ ଗସ୍ତରେ ଆସି ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ମଲଦହିୟାରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରୋଡ ଶୋ ଆରମ୍ଭ କରିବେ। ତେବେ ଏହି ଦୁଇଦିନ ମୋଦି ବାରାଣାସୀରେ ରହିବାର ସୂଚନା ରହିଛି।

Share