Categories: ଜାତୀୟ

ମୋଦିଙ୍କୁ ଧନ୍ୟବାଦ ଦେଲେ ଘନି

ନୂଆଦିଲ୍ଲୀ,୯ ।୨: ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଆୟୋଜିତ ଏକ ଭର୍ଚୁଆଲ ସମିଟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ଭାରତ କାବୁଲର ନଦୀ ଉପରେ ଶହତୁତ ଡ୍ୟାମ ନିର୍ମାଣ କରିବ । ଯାହା ଫଳରେ କାବୁଲର ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ମିଳିପାରିବ । ଏଥିପାଇଁ ଭାରତ-ଆଫଗାନିସ୍ତାନ ମଧ୍ୟରେ ବୈଦେଶିକମନ୍ତ୍ରୀମାନେ ଏମ୍‌ଓୟୁରେ ମଙ୍ଗଳବାର ସ୍ୱାକ୍ଷର କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଖୁସିର କଥା ଯେ ଶହତୁତ ଡ୍ୟାମ ନିର୍ମାଣ ଦ୍ୱାରା କାବୁଲବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ସହ ଚାଷ କରିବାକୁ ବି ଜଳ ଯୋଗାଇ ଦିଆଯାଇ ପାରିବ । ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଘନି ବି ଏହି ଚୁକ୍ତିକୁ ନେଇ ଖୁସି ପ୍ରକାଶ କରିଛନ୍ତି । ଏହାଦ୍ୱାରା ପ୍ରାକୃତିକ ସୁନ୍ଦରତା ବି ସୃଷ୍ଟି କରାଯାଇ ପାରିବ ବୋଲି ସେ କହିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଘନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରୋନା ଭ୍ୟାକ୍ସିନ ଓ ଶହତୁତ ଡ୍ୟାମ ଭଳି ଉପହାର ପାଇଁ ଧନ୍ୟବାଦ ଜଣାଇଛନ୍ତି ।

Share