Categories: ଜାତୀୟ

ଏସିଆର ସବୁଠାରୁ ବଡ ବାୟୋ ସିଏନଜି ପ୍ଲାଣ୍ଟର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୯ ।୨: ସାରା ଦେଶରେ ସ୍ୱଚ୍ଛତାକୁ ନେଇ ସବୁଠାରୁ ଆଗରେ ଥିବା ମଧ୍ୟପ୍ରଦେଶର ଇନ୍ଦୋର ସହର ଏବେ ଆବର୍ଜନାରୁ ବି ଶକ୍ତି ଉତ୍ପାଦନ କରିବାରେ ସକ୍ଷମ ହୋଇଛି । ଏଠାରେ ଏସିଆର ସବୁଠାରୁ ବଡ ବାୟୋ ସିଏନଜି ପ୍ଲାଣ୍ଟ ନିିର୍ମାଣ କରାଯାଇଛି । ଏହାଦ୍ୱାରା ଖୁବଶୀଘ୍ର ପ୍ରାୟ ୪୦୦ ବସ ବାୟୋ ସିଏନଜିରେ ଚାଲିବା ଆରମ୍ଭ କରିବ । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ ।
୧୫ ଏକର ପରିମିତ ସ୍ଥାନରେ ୧୫୦ କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଛି । ଏହି ପରିଯୋଜନା ଅଧିନରେ ପ୍ରତିଦିନ ୪୦୦ ବସ ଓ ୧୦୦୦ରୁ ଅଧିକ ଗାଡି ଚାଲିପାରିବାର ଯୋଜନା ରହିଛି । ଏହା କେବଳ ପରିବେଶକୁ ସରକ୍ଷା ଦେବ ତା’ ନୁହେଁ ବରଂ ଏହାଦ୍ୱାରା ରୋଜଗାର ବି ହେବ । ଏହି ପ୍ଲାଣ୍ଟ ପିପିପି ମୋଡରେ ନିର୍ମାଣ କରାଯାଇଛି । ଏହାଦ୍ୱାରା ଇନ୍ଦୋର ନଗର ନିଗମକୁ ବର୍ଷକୁ ୨.୫ କୋଟି ଟଙ୍କା ମିଳିବ ।

Share