Categories: ଜାତୀୟ

ବୁଧବାର ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୧୯।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉତ୍ତରପ୍ରଦେଶ କୁଶୀନଗର ଗସ୍ତ କରିବେ । ଏହି ଗସ୍ତ ଅବସରରେ ମୋଦି କୁଶୀନଗରରେ ଇଣ୍ଚରନ୍ୟାଶନାଲ ଏୟାରପୋର୍ଟ ଉଦ୍‌ଘାଟନ କରିବା ନେଇ ସୂଚନା ମିଳିଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ । ଏହି ବିମାନବନ୍ଦର ପ୍ରତିଷ୍ଠା ହେବା ଦ୍ବାରା ଅଞ୍ଚଳର ପର୍ଯ୍ୟଟନ ଶିଳ୍ପ ସୁଦୃଢ ହୋଇପାରିବ ବୋଲି କୁହାଯାଉଛି । ପରେ ସେ କୁଶୀନଗରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବା ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ।

 

Share