Categories: ଜାତୀୟ

ସେନା ପରିବହନ ବିମାନ କାରଖାନାର ଶିଳାନ୍ୟାସ କରିବେ ମୋଦି

ଅହମଦାବାଦ,୨୭।୧୦: ଚଳିତ ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବା ବେଳେ ଗୁଜରାଟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଭେଟି ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇତିମଧ୍ୟରେ ମୋଦିଙ୍କ ରାଜ୍ୟ ଗୁଜରାଟର ବଡୋଦରାରେ ସି-୨୯୫ ସୈନ୍ୟବାହିନୀ ପାଇଁ ସେନା ପରିବହନ ବିମାନ ନିର୍ମାଣ କାରଖାନା ହେବାକୁ ଯାଉଛି। ଏଥିପାଇଁ ଅକ୍ଟୋବର ୩୦ ତଥା ରବିବାର ପ୍ରଧାନମନ୍ତ୍ରୀ ମୋଦି ବଡୋଦରାଠାରେ ଉକ୍ତ ପ୍ଲାଣ୍ଟର ଉଦ୍‌ଘାଟନ କରିବେ। ଏହି ପ୍ରକଳ୍ପରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ମିଳିପାରିବ। ଏହି ବିମାନ ନିର୍ମାଣ ଲାଗି ଟାଟା ଏବଂ ଏୟାରବସ୍‌ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ଲାଣ୍ଟ ନିର୍ମାଣରେ ୨୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଥମ ଥର ପାଇଁ ଭାରତରେ ଘରୋଇ କମ୍ପାନୀ ସାମରିକ ବିମାନ ନିର୍ମାଣ କରିବାକୁ ଯାଉଛି। ଉକ୍ତ ପ୍ରୋଜେକ୍ଟରେ ମୋଟ ୨୧,୯୩୫ କୋଟି ଟଙ୍କା ବ୍ୟୟ ହେବ। ଉକ୍ତ ବିମାନକୁ ବେସାମରିକ କାର୍ଯ୍ୟରେ ମଧ୍ୟ ନିୟୋଜିତ କରାଯାଇପାରିବ ବୋଲି ପ୍ରତିରକ୍ଷା ସଚିବ ଡ. ଅଜୟ କୁମାର କହିଛନ୍ତି।

Share