Posted inଜାତୀୟ

ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଜି ଦକ୍ଷିଣ ଆଫ୍ରିକା ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମଙ୍ଗଳବାର ଦକ୍ଷିଣ ଆଫ୍ୟିକା ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ସକାଳେ ଜୋହାନ୍ସବର୍ଗ ଯିବାର କାର୍ଯ୍ୟକ୍ରମ ରହିଛି। ୨୨ ରୁ ୨୪ଅଗଷ୍ଟ ମଧ୍ୟରେ ଜୋହାନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ୨୦୧୯ ପରଠାରୁ ପ୍ରଥମ ଥର ପାଇଁ ବ୍ରିକ୍ସ ଦେଶ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାର ନେତାମାନେ ଗୋଟିଏ ପ୍ଲାଟଫର୍ମରେ ଉପସ୍ଥିତ ହେବେ। ବ୍ରିକ୍ସ ସମ୍ମିଳନୀ ପ୍ରଥମେ କରୋନା ଭାଇରସ ମହାମାରୀ ଏବଂ ପରବର୍ତ୍ତୀ ବିଶ୍ୱ ସ୍ତରୀୟ ପ୍ରତିବନ୍ଧକ ପରେ ବ୍ୟକ୍ତିଗତ ଭାବରେ ଅନୁଷ୍ଠିତ ହେବ।
ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୨ ରୁ ୨୪ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ରହିବେ। ଏହି ସମୟରେ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ପାରିବେ। ଏହି ସମ୍ମିଳନୀକୁ ଆଫ୍ରିକା ଆଉଟରିଚ ଏବଂ ବ୍ରିକ୍ସ ଡାଏଲଗର ଆୟୋଜନ କରାଯାଇଛି, ଯେଉଁଥିରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆମନ୍ତ୍ରିତ ଅନ୍ୟ ଦେଶମାନେ ଯୋଗଦେବେ। ଜୋହାନ୍ସବର୍ଗରେ ଉପସ୍ଥିତ ଥିବା କେତେଜଣ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଦ୍ୱିପାକ୍ଷିକ ବୈଠକ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କଲେ ଅବସରପ୍ରାପ୍ତ ବିଡିଓଙ୍କ ପୁଅ: ଗର୍ଭପାତ ନ କରିବାରୁ…

ଫତେହପୁର,୨୧।୯: ଉତ୍ତର ପ୍ରଦେଶର ଫତେହପୁର ଜିଲାର ଜଣେ ଗର୍ଭବତୀ ହାଇସ୍କୁଲର ଛାତ୍ରୀଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଛାତ୍ରୀଙ୍କ ପ୍ରେମିକ ଶିବୁ ରାୟଦାସଙ୍କୁ ଗିରଫ...

ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ

ନୂଆଦିଲ୍ଲୀ,୨୧।୯: ତିରୁପତି ମନ୍ଦିର ଲଡୁ ପ୍ରସଙ୍ଗ ବର୍ତ୍ତମାନ ଏକ ରାଜନୈତିକ ମୋଡ ନେଇଛି। ମନ୍ଦିରର ଲଡୁ ଅର୍ଥାତ୍‌ ପ୍ରସାଦ ତିଆରି କରିବା ପାଇଁ ଘିଅ ବଦଳରେ...

କିଏ ସେହି ବ୍ୟକ୍ତି, ଯିଏ କିରାଣିରୁ ହୋଇଥିଲେ ସୁପ୍ରିମକୋର୍ଟ ବିଚାରପତି, ଜାଣନ୍ତୁ ତାଙ୍କର ପୂରା କ୍ୟାରିୟର ବିଷୟରେ…

ନୂଆଦିଲ୍ଲୀ,୨୧ା୯: ଜଣେ ବ୍ୟକ୍ତି ଯେତେ ଗରିବ ହୁଅନ୍ତୁ ନା କାହିଁକି, ଯଦି ତାଙ୍କର ଇଚ୍ଛା ଥାଏ, ତେବେ ସେ ନିଜ ରାସ୍ତା ନିଜେ ଖୋଜି ପାଇଥାନ୍ତି।...

ଶିକ୍ଷାମନ୍ତ୍ରୀଙ୍କୁ ‘ପଲଟୁରାମ’ କହି ଫସିଲେ କର୍ମଚାରୀ: ସରକାର ନେଲେ ଏଭଳି କାର୍ଯ୍ୟାନୁଷ୍ଠାନ

ଜୟପୁର,୨୧।୯: ରାଜସ୍ଥାନର ଯୋଧପୁରରେ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାରଙ୍କ ପୋଷ୍ଟରକୁ ନେଇ ବିବାଦ ପରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଶିକ୍ଷା ବିଭାଗର କର୍ମଚାରୀ ନେତା...

ନଭେମ୍ବର-ଡିସେମ୍ବରରେ ୩୫ ଲକ୍ଷ ଯୋଡ଼ି କରିବେ ବିବାହ: ଖର୍ଚ୍ଚ ହେବ ୪.୨୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୧।୯:ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଭାରତରେ ପ୍ରାୟ ୩୫ ଲକ୍ଷ ଯୋଡ଼ି ବିବାହ କରିବେ। ଏଥିପାଇଁ ୪.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି...

କଂଗ୍ରେସର ମାଷ୍ଟରଷ୍ଟ୍ରୋକ: ଭାଜପା ସହଯୋଗୀକୁ ଲାଗିଲା ବଡ଼ ଝଟ୍‌କା

ବେଙ୍ଗାଲୁରୁ,୨୧।୯: କର୍ନାଟକରେ ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ)କୁ ଏକ ବଡ଼ ଝଟ୍‌କା ଲାଗିଛି। ଚାନ୍ନାପାଟନା ସିଟି ମ୍ୟୁନିସିପାଲିଟି କାଉନସିଲରେ ୧୬ଜଣ ଜେଡିଏସ କାଉନସିଲରଙ୍କ ମଧ୍ୟରୁ ୧୩ଜଣ...

ବଦଳିଗଲେ ମାଳଦ୍ୱୀପ ରାଷ୍ଟ୍ରପତି: ଦିନେ କହୁଥିଲେ ‘ଇଣ୍ଡିଆ ଆଉଟ୍‌’, ଆଉ ଏବେ ‘ଥ୍ୟାଙ୍କ୍‌ ୟୁ’

ନୂଆଦିଲ୍ଲୀ/ମାଲେ: ଆଜିକାଲି ମାଳଦ୍ୱୀପ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ଭାରତ ଜରୁରୀକାଳୀନ ଆର୍ଥିକ ସହାୟତା ପ୍ରଦାନ କରି ମାଳଦ୍ୱୀପକୁ ପୁଣିଥରେ ଏକ ବର୍ଷ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri