ମୋଦି ଇଜିପ୍ଟ ଗସ୍ତ ସମୟରେ ଅଲ-ହକିମ ମସଜିଦରେ ବିତାଇବେ ଅଧ ଘଣ୍ଟା

କାହିରା,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବିଦେଶ ଗସ୍ତରେ ଅଛନ୍ତି। ଆମେରିକା ଗସ୍ତ ପରେ ଶନିବାର ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ମିଶ୍ର ଗସ୍ତ କରିବେ। ଏହି ସମୟରେ ସେ ମିଶ୍ରର ରାଜଧାନୀ କାହିରାରେ ଏକାଦଶ ଶତାବ୍ଦୀର ଅଲ-ହାକିମ ମସଜିଦ ପରିଦର୍ଶନ କରିବେ। ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସିଙ୍କ ନିମନ୍ତ୍ରଣରେ ମୋଦି ଏହିି ଯାତ୍ରା କରୁଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମ ଥର ଲାଗି ଇଜିପ୍ଟ ଗସ୍ତରେ ଯାଉଛନ୍ତି।

ମୋଦି ଅଲ-ହାକିମ ମସଜିଦରେ ପ୍ରାୟ ଅଧ ଘଣ୍ଟା ବିତାଇବେ। କାଇରୋର ଏହି ଐତିହାସିକ ତଥା ବିଶିଷ୍ଟ ମସଜିଦ ୧୬ତମ ଫାତିମିଦ ଖଲିଫ ଅଲ-ହାକିମ ବି-ଆମ୍ର ଆଲ୍ଲାହା (୯୮୫-୧୦୨୧) ଙ୍କ ନାମରେ ନାମିତ। ଏହି ମସଜିଦ ମୂଳତ ଦଶମ ଶତାବ୍ଦୀର ଶେଷ ଭାଗରେ ଅଲ-ହାକିମ ବି-ଆମ୍ର ଆଲ୍ଲାହାଙ୍କ ପିତା ଖଲିଫ ଅଲ-ଅଜିଜ ବିଲାହଙ୍କ ଦ୍ୱାରା ନିର୍ମିିତ ହୋଇଥିଲା ଏବଂ ୧୦୧୩ ମସିହାରେ ଅଲ-ହାକିମ ଦ୍ୱାରା ଏହା ସମ୍ପୂର୍ଣ୍ଣ ହୋଇଥିଲା।

Share