ନୂଆଦିଲ୍ଲୀ,୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମେ’୨୩ରେ କ୍ୱାର୍ଡ ବୈଠକ ପାଇଁ ଚାରି ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ମୋଦି ଅଷ୍ଟ୍ରେଲିଆର ରାଜଧାନୀ ସିଡ଼ନୀରେ ଏକ ବଡ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ତଥା ଶିଖର ସମ୍ମିଳନୀରେ ପାରସ୍ପରିକ ଆଗ୍ରହର ସମସାମୟିକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ। କ୍ୱାର୍ଡ ସମ୍ମିଳନୀରେ ସାମୁଦ୍ରିକ କ୍ଷେତ୍ର, ମହାକାଶ, ଜଳବାୟୁ ପରିବର୍ତ୍ତନ, ସ୍ବାସ୍ଥ୍ୟ ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ନିରନ୍ତର ସହଯୋଗ ଉପରେ ଆଲୋଚନା ହେବ। ଭାରତ ସମେତ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ଦେଶର ନେତାମାନେ କ୍ୱାଡର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।