Categories: ଜାତୀୟ

ଜୁନ୍‌ ୨୬ରୁ ବିଦେଶ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‌ ୨୬-୨୮ରେ ବିଦେଶ ଗସ୍ତରେ ଯିବେ। ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜୁନ୍‌ ୨୬-୨୭ ଜର୍ମାନୀରେ ଅନୁଷ୍ଠିତ ଜି୭ ସମ୍ମିଳନୀରେ ଯୋଗଦେବା ପରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଯିବେ। ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖଲିଫା ବିନ ଜାଏଦ ଅଲ ନାହିନଙ୍କୁ ବ୍ୟକ୍ତିଗତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।
ଏହାସହ ୟୁଏଇର ନୂତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଭାବରେ ନିର୍ବାଚିତ ହୋଇଥିବା ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବେ। ଜୁନ ୨୮ ରାତିରେ ମୋଦି ୟୁଏଇରୁ ଫେରିବ। ଜି୭ ଶିଖର ବୈଠକରେ ଯୋଗଦେବା ପାଇଁ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦି ଜୁନ୍‌ ୨୬-୨୭ରେ ସ୍କୋଲ୍ସ ଏଲମାଉଙ୍କୁ ଯିବେ। ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦିଆଯାଇଛି।

Share