Categories: ଜାତୀୟ

୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ। ପରେ ବାତ୍ୟା ‘ୟାସ’ କ୍ଷୟକ୍ଷତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିବେ। ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ବାଲେଶ୍ୱର, ଭଦ୍ରକ ଏବଂ ପୂର୍ବ ମେଦିନୀପୁରର ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ବୁଲି ଦେଖିବେ। ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ପରେ ସେ ପଶ୍ଚିମବଙ୍ଗରେ ଏକ ସମୀକ୍ଷା ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ସରକାରୀ ସୂତ୍ରରୁ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ, ବୁଧବାର ଓଡ଼ିଶାର ଧାମରା ବନ୍ଦର ନିକଟରେ ୧୩୦ରୁ ୧୪୦ କିଲୋମିଟର ବେଗରେ ବାତ୍ୟା ‘ୟାସ’ ଲ୍ୟାଣ୍ଡଫଲ କରିଥିଲା। ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ୟାସର ତାଣ୍ଡବ ପରେ ଲକ୍ଷାଧିକ ଘର ନଷ୍ଟ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି।

Share