ସିରମ ଇନଷ୍ଟିଚ୍ୟୁଟ ଯାଇ କରୋନା ଟିକା ସମ୍ପର୍କରେ ତଥ୍ୟ ନେବେ ମୋଦି

ନୂଆଦିଲ୍ଲୀ,୨୬ ।୧୧: କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଏବେ ଏହା ପାଖାପାଖି ଏକ ବର୍ଷ ପୂରଣ କରିବା ଲକ୍ଷ୍ୟରେ ଆଗେଇ ଚାଲିଛି । ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ସଠିକ୍ ଔଷଧ ମିଳି ପାରି ନ ଥିବା ବେଳେ ସାରା ବିଶ୍ୱର ବିଭିନ୍ନ ପ୍ରଗତିଶୀଳ ଦେଶ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କାମରେ ଲାଗି ପଡିଛନ୍ତି । ଦେଶରେ ପୁଣେ ସ୍ଥିତ ସିରମ ଇନଷ୍ଟଚ୍ୟୁଟ ମଧ୍ୟ କୋଭିସିଲ୍‌ଡ ଉତ୍ପାଦନ କ୍ଷେତ୍ରରେ ଖୁବ୍ ଜୋରରେ ଲାଗି ପଡିଛି । ତେବେ କରୋନା ଭ୍ୟାକ୍ସିନ ପ୍ରସ୍ତୁତି ସମ୍ପର୍କରେ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ ନଭେମ୍ବରରେ ପୁଣେ ଗସ୍ତ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ପୁଣେର ଡିଭିଜନାଲ କମିଶନର ମୋଦିଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ସିରମ ଇନଷ୍ଟୁଚ୍ୟୁଟ, କୋଭାକ୍ସିନ ନାମକ କରୋନା ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ କରୁଛି । ଅନ୍ୟପଟେ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଏକ୍ସଟ୍ରାଜେନେକା ଅନ୍ୟ ଦେଶରେ ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ କରି ସାରିଲେଣି । ଆଉ ଏହାର ଏମର୍ଜେନ୍ସି ଆପ୍ରୁଭାଲ ପାଇଁ ବ୍ରିଟେନ ଅଥରିଟିଙ୍କ ନିକଟକୁ ପ୍ର୍‌ସ୍ତାବ ପଠାଯାଇଛି ।

Share