Categories: ଜାତୀୟ

ମହେଶ ବାବୁଙ୍କ ବାପାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ,୧୫।୧୧: ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ବର୍ତ୍ତମାନ ଦୁଃଖଦ ସମୟ ଦେଇ ଗତି କରୁଛନ୍ତି। ନିକଟରେ ମା’ଙ୍କୁ ହରାଇଥିବା ମହେଶ ବାବୁଙ୍କ କଷ୍ଟ କମ୍‌ ହୋଇ ନ ଥିବା ବେଳେ ଏବେ ତାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ମଙ୍ଗଳବାର ବାପା କ୍ରିଷ୍ଣା ଘଟମାନେନିଙ୍କ ମୃତ୍ୟୁ ଘଟିଛି। ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ମହେଶ ବାବୁ ଭାଙ୍ଗି ପଡ଼ିଥିବା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଇତିମଧ୍ୟରେ କ୍ରିଷ୍ଣା ଘଟମାନେନିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ମୋଦି ଟୁଇଟ କରି ଦୁଃଖ ପ୍ରକାଶ କରିବା ସହ କହିଛନ୍ତି, ସେ ଜଣେ ମହାନ ସୁପରଷ୍ଟାର ଥିଲେ। ଯିଏ ନିଜର ଭର୍ସାଟାଇଲ ଅଭିନୟ ଓ ଭଲ ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ହୃଦୟ ଜିତିପାରିଥିଲେ। ତାଙ୍କର ନିଧନ ସିନେମା ଓ ମନରୋଞ୍ଜନ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ପରିସ୍ଥିତିରେ ତାଙ୍କ ସମବେଦନା ମହେଶ ବାବୁ ଓ ତାଙ୍କ ପରିପରିବାର ସହ ଅଛି ବୋଲି ମୋଦି କହିଛନ୍ତି।

Share