Advertisement
Categories: ଜାତୀୟ

ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଷ୍ଟାର କ୍ରିକେଟର ଋଷଭ ପନ୍ତ ଶୁକ୍ରବାର ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଦୁର୍ଘଟଣା ହରିଦ୍ୱାରା ଜିଲାର ମଙ୍ଗଲୋରରେ ଘଟିଛି। ଶୁକ୍ରବାର ସକାଳେ ଦିଲ୍ଲୀ-ଡେରାଡୁନ ରାଜମାର୍ଗରେ ଥିବା ଏକ ଡିଭାଇଡରରେ ତାଙ୍କ କାର୍‌ ପିଟି ହୋଇ ଜଳିଯାଇଥିଲା। କୌଣସି ମତେ ସେ କାର ଝରକାରୁ ବାହାରି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି। କିନ୍ତୁ ୨୫ବର୍ଷୀୟ ପନ୍ତଙ୍କୁ ଗଭୀର କ୍ଷତ ଲାଗିଛି। ତାଙ୍କ ମୁଣ୍ଡ, ପିଠି ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ହରିଦ୍ୱାରର ଏସ୍‌ଏସ୍‌ପି ଅଜୟ ସିଂହ କହିଛନ୍ତି। ତୁରନ୍ତ ତାଙ୍କୁ ପ୍ରଥମେ ରୁରକି ହସ୍ପିଟାଲ ପରେ ଡେରାଡୁନ ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଅନ୍ୟପଟେ ପନ୍ତଙ୍କ ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କରିଛନ୍ତି। ଉକ୍ତ ଟୁଇଟରେ ମୋଦି ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ତାଙ୍କର ଭଲ ସ୍ବାସ୍ଥ୍ୟ ପାଇଁ କାମନା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share