Categories: ଜାତୀୟ

ନୂଆ ସଂସଦ ଭବନ ଉପରେ ୬.୫ ମିଟର ଉଚ୍ଚତାର ଅଶୋକ ସ୍ତମ୍ଭ, ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୧।୭: ସଂସଦ ଗୃହର ନୂତନ କୋଠାର ଛାତ ଉପରେ ୬.୫ ମିଟର ଉଚ୍ଚର ଅଶୋକ ସ୍ତମ୍ଭ ନିର୍ମାଣ କରାଯାଇଛି। ଏହାକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଅଶୋକ ସ୍ତମ୍ଭ ପିତ୍ତଳରେ ନିର୍ମିତ। ଅଶୋକ ସ୍ତମ୍ଭର ଉଦଘାଟନ ଅବସରରେ ସଂସଦ ଗୃହର ନୂତନ କୋଠା ନିର୍ମାଣରେ ନିୟୋଜିତ ଶ୍ରମିକମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଲୋଚନା କରିଥିଲେ।
ଏହି ଅଶୋକ ସ୍ତମ୍ଭ ନିର୍ମାଣ ପାଇଁ ୯ ମାସ ସମୟ ଲାଗିଛି। ଏହାର ଓଜନ ୯,୫୦୦ କିଲୋଗ୍ରାମ ଏବଂ ଚଉଡା ୪.୪ ମିଟର ବୋଲି ଜଣେ ଅଧିକାରୀ କହିଛନ୍ତି। ସଂସଦ ଗୃହର ନୂତନ ଭବନର ଛାତ ମଝିରେ ଏହା ସ୍ଥାପିତ ହୋଇଛି। ଏହି ସ୍ତମ୍ଭ ନିର୍ମାଣରେ ମୋଟ ୮ଟି ପର୍ଯ୍ୟାୟରେ କାର୍ଯ୍ୟ କରାଯାଇଛି।
ସୂଚନାଯୋଗ୍ୟ ଯେ, ନୂତନ ସଂସଦ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ପୂର୍ବ ବିଲଡିଂଠାରୁ ଏହା କିଛିଟା ଭିନ୍ନ ହେବ। ନୂତନ ସଂସଦ ଗୃହର ଡିଜାଇନ୍‌ରେ ଭାରତୀୟ ସ୍ଥାପତ୍ୟକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।

Share