Categories: ଜାତୀୟ

ଡାକ ଟିକେଟ-ଶହେ ଟଙ୍କିଆ ମୂଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ୧୦୦ତମ ବାର୍ଷିକୀ ଉତ୍ସବରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେଇଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ୧୦୦ ବର୍ଷ ପୂରଣ କରିଥିବାରୁ ସେ ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି। ଶହେ ବର୍ଷର ସମୟ କେବଳ ଏକ ପରିସଂଖ୍ୟାନ ନୁହେଁ। ଏହା ସହିତ ଅପାର ସଫଳତାର ଏକ ଜୀବନ୍ତ ଇତିହାସ ଜଡିତ ହୋଇ ରହିଛି ବୋଲି ମୋଦି କହିଛନ୍ତି। ଏହି ଅବସରରେ ମୋଦି ଏକ ସ୍ବତନ୍ତ୍ର ଡାକ ଟିକେଟ ଓ ଶହେ ଟଙ୍କିଆ ମୂଦ୍ରା ଉନ୍ମୋଚନ କରିଛନ୍ତି।

Share