Categories: ଜାତୀୟ

ମୋଦିଙ୍କ ଆମେରିକା ଯାତ୍ରା ଐତିହାସିକ, ୟୁଏସ କଂଗ୍ରେସରେ କରିବେ ନିଆରା ରେକର୍ଡ, ହେବେ ପ୍ରଥମ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କର ପ୍ରଥମ ରାଜକୀୟ ଗସ୍ତରେ ଆମେରିକା ଯାଇଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫାଷ୍ଟ ଲେଡି ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ମୋଦିଙ୍କ ଆମେରିକା ଗସ୍ତ ଅନେକ କ୍ଷେତ୍ରରେ ଐତିହାସିକ ହେବାକୁ ଯାଉଛି। ମୋଦି ଏହି ଗସ୍ତ ସମୟରେ ଦ୍ୱିତୀୟ ଥର ପାଇଁ ଆମେରିକା କଂଗ୍ରେସକୁ ସମ୍ବୋଧିତ କରିବା ସହିତ ସେ ହ୍ବାଇଟ ହାଉସରେ ଆୟୋଜିତ ଏକ ସ୍ବତନ୍ତ୍ର ରାତ୍ରୀ ଭୋଜନରେ ଯୋଗଦେବେ, ଯେଉଁଠାରେ ଜୋ ବାଇଡେନ ଡେନ ଏବଂ ଜିଲ ବାଇଡେନ ତାଙ୍କୁ ସ୍ବାଗତ କରିବେ।
ଗୁରୁବାର ଅର୍ଥାତ ଜୁନ ୨୨ରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ମୋଦି ସମ୍ବୋଧିତ କରିବେ। େଏମିତ ସମ୍ବୋଧନ ଦେବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ। ଆମେରିକା କଂଗ୍ରେସର ଉଭୟ ଗୃହ, ଲୋକସଭା ଏବଂ ସିନେଟ ତାଙ୍କୁ ଏଥିପାଇଁ ନିମନ୍ତ୍ରଣ କରିଥିଲେ।
ବର୍ହିବ୍ୟାପାରମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଦୁଇଥର ଆମେରିକା କଂଗ୍ରେସକୁ ସମ୍ବୋଧିତ କରିନାହାଁନ୍ତି। ଆମେରିକା କଂଗ୍ରେସରେ କେବଳ ଦୁଇଜଣ ମନୋନୀତ ନେତା ଦୁଇଥର ସମ୍ବୋଧିତ କରିଛନ୍ତି। ଏଥି ମଧ୍ୟରେ ୱିନଷ୍ଟନ ଚର୍ଚ୍ଚିଲ ଏବଂ ନେଲସନ ମଣ୍ଡେଲା ଅଛନ୍ତି।
Share