Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଭୋପାଳ ରୋଡ ଶୋ’ ବାତିଲ

ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗଳବାର ଭୋପାଳରେ ହେବାକୁ ଥିବା ରୋଡ ଶୋ’ର କାର୍ଯ୍ୟକ୍ରମ ବାତିଲ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ଖରାପ ପାଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀ ଭୋପାଳରେ ୩୫୦ ମିଟର ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଖରାପ ପାଗ ଯୋଗୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ଶୋ’କୁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସିଧାସଳଖ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ।

ପ୍ରଧାନମନ୍ତ୍ରୀ ମୋଦି ପୂବାହ୍ନ ୧୦.୧୫ରେ ଭୋପାଳ ବିମାନବନ୍ଦରରୁ ବରକତୁଲ୍ଲା ବିଶ୍ୱବିଦ୍ୟାଳୟ ଯିବେ ଏବଂ ସକାଳ ୧୦.୩୦ର ରାନୀ କମଲାପତି ଷ୍ଟେଶନ ଯିବେ। ସେହିପରି ୧୧ଟାରେ ରାନୀ କମଲାପତୀ ଷ୍ଟେଶନରୁ ବନ୍ଦେ ଭରତ ଟ୍ରେନକୁ ପତାକା ଦେଖାଇବେ।

Share