ଅହମଦାବାଦ,୨୮ ।୧୧: କରୋନା ଭାଇରସ ପାଇଁ ଦେଶରେ ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନ ବା ଟିକା ସମ୍ପର୍କରେ ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୩ଟି ପ୍ରୟୋଗଶାଳା ଗସ୍ତ କରିଛନ୍ତି । ପ୍ରଥମେ ମୋଦି ଅହମଦାବାଦ ପହଞ୍ଚିଛନ୍ତି । ସେଠାରେ ସେ ଜାଇଡସ ଲ୍ୟାବରେ ପହଞ୍ଚି କରୋନା ଭ୍ୟାକ୍ସିନକୁ ନେଇ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ସେ ହାଇଦ୍ରାବାଦର ଭାରତ ବାୟୋଟେକ ଓ ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଗସ୍ତ କରିବେ ।