Categories: ଜାତୀୟ

କ୍ୱାଡ୍ ସମ୍ମିଳନୀରୁ ଫେରିଲେ ମୋଦି, ଦିନ ୧୧ଟାରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ,୨୫ ।୫: ଜାପାନରେ ଅନୁଷ୍ଠିତ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗ ଦେଇ ଦୁଇଦିନିଆ ବିଦେଶ ଗସ୍ତରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ସକାଳେ ପାଲମ ସ୍ଥିତ ବାୟୁସେନା ଷ୍ଟେଶନରେ ତାଙ୍କ ବିମାନ ଅବତରଣ କରିଛି । ଏହାପରେ ମୋଦି ଦିନ ୧୧ଟାରେ କ୍ୟାବିନେଟ ବୈଠକରେ ସାମିଲ ହେବେ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହିଁ ଏହି ବୈଠକ ଅନୁଷ୍ଠିତ ହେବ ।
ସୂଚନାଯୋଗ୍ୟ, ମୋଦି କ୍ୱାଡ୍ ରାଷ୍ଟର ନେତାଙ୍କ ସହ କଥାବାର୍ତ୍ତା ଲାଗି ଚତୁର୍ଥ ଥର ଲାଗି ଭାଗ ନେଇଥିଲେ । ଏଥିରେ ଅଷ୍ଟ୍ରେଲିଆ, ଜାପାନ, ଆମେରିକା ବି ସାମିଲ ଥିଲେ । ଏହି ବୈଠକରେ ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆଲୋଚନା ହୋଇଥିଲା ।

Share