ବୈଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେବେ ମୋଦି, ସାମିଲ ହେବେ ଭାରତୀୟ ସେନା

ନୂଆଦିଲ୍ଲୀ/ପ୍ୟାରିସ,୧୪।୭: ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋଙ୍କ ନିମନ୍ତ୍ରଣ କ୍ରମେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ କରିଛନ୍ତି। ସେଠାରେ ସେ ଜୁଲାଇ ୧୪ ଅର୍ଥାତ୍‌ ଶୁକ୍ରବାର ଦେଶର ରାଷ୍ଟ୍ରୀୟ ଦିବସ ଅର୍ଥାତ୍‌ ବୈଷ୍ଟିଲ ଡେ ପରେଡରେ ସାମିଲ ହେବେ।
ଏହି ପରେଡରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏଥିରେ ଭାରତୀୟ ବାୟୁସେନାର ବିମାନ ସହ ତିନି ସେନା ଏଥିରେ ସାମିଲ ହେବେ। ସୂଚନାଯୋଗ୍ୟ, ବୈଷ୍ଟିଲ ଡେ ଫ୍ରାନ୍ସିସି ଚେତନାରେ ବିଶେଷ ମହତ୍ୱ ରଖେ।

Share