Categories: ଜାତୀୟ

୨୧୬ ଫୁଟ ‘ଷ୍ଟାଚ୍ୟୁ ଅଫ ଇକ୍ୱେଲିଟି’କୁ ରାଷ୍ଟ୍ରକୁ ସମର୍ପିତ କରିବେ ମୋଦି

ହାଇଦ୍ରାବାଦ,୫ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ୱୃତିରେ ହାଇଦ୍ରାବାଦରେ “ଷ୍ଟାଚ୍ୟୁ ଅଫ୍ ଇକ୍ୱେଲିଟି”ର ଲୋକର୍ପଣ କରି ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏହା ବ୍ୟତୀତ ମୋଦି ରାଜ୍ୟର ପାଟନଚେରୁରେ ଅନ୍ତରାଷ୍ଟ୍ରୀୟ ଫସଲ ଅନୁସନ୍ଧାନ ସଂସ୍ଥାନର ଅର୍ଦ୍ଧ-ଶୁଷ୍କ ଉଷ୍ଣ କଟିବନ୍ଧିୟ (ଆଇସିଆରଆଇଏସଟି) ପରିସର ଗସ୍ତ କରି ସଂସ୍ଥାନର ୫୦ ବର୍ଷ ପୂର୍ତ୍ତି ସମାରୋହର ଶୁଭାରମ୍ଭ କରିବେ । ମିଳିଥିବା ସୂଚନା ଅନୁଯାୟୀ, ତେଲେଙ୍ଗାନାର ମୁଖ୍ୟ ସଚିବ ଓ ପୋଲିସ ମହାନିର୍ଦ୍ଦେଶ ମୋଦିଙ୍କ ଗସ୍ତକୁ ନେଇ ହୋଇଥିବା ପ୍ରସ୍ତୁତି ଉପରେ ନଜର ରଖିଛନ୍ତି ।
ସୂଚନଯୋଗ୍ୟ, ‘ଷ୍ଟାଚ୍ୟୁ ଅଫ୍ ଇକ୍ୱେଲିଟି’ ପଞ୍ଚଧାତୁରେ ନିର୍ମାଣ କରାଯାଇଛି । ଏଥିରେ ସୁନା, ରୂପା, ତମ୍ବା, ପିତଳ,ଓ ଦସ୍ତା ବ୍ୟବହାର କରାଯାଇଛି ।ଏହା ବିଶ୍ୱର ସବୁଠାରୁ ଉଚ୍ଚ ଧାତୁ ମୂର୍ତ୍ତି ମଧ୍ୟରେ ଅନ୍ୟତମ ।

Share