Categories: ଜାତୀୟ

ପୁଣିଥରେ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଛାତ୍ରୀଛାତ୍ରଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୨୮ ।୩: ଦଶମ ଓ ଦ୍ୱାଦଶ ପରୀକ୍ଷା ସମେତ କିଛି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଛାତ୍ରୀଛାତ୍ରଙ୍କର ପରୀକ୍ଷା ପୂର୍ବରୁ ହେଉଥିବା ଚାପକୁ ଦୂର କରିବାର ମନ୍ତ୍ର ଦେବେ । ଏଥର ଏହି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ୧ ଏପ୍ରିଲରେ ହେବ । ଏଥର ଛାତ୍ରୀଛାତ୍ରଙ୍କ ସହ ଶିକ୍ଷକ ଓ ଅଭିଭାବକ ବି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । କରୋନା ମହାମାରୀ କମ୍ ହେବା କାରଣରୁ ଶିକ୍ଷା ମନ୍ତ୍ରଣାଳୟ ପୂର୍ବଭଳି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବ ବୋଲି ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଆସନ୍ତୁ ପରୀକ୍ଷାର ଉତ୍ସବ ପାଳନ କରିବା । ଆସନ୍ତୁ କଥା ହେବା ଚାପ ମୁକ୍ତ ପରୀକ୍ଷା ସମ୍ପର୍କରେ । ୧ ଏପ୍ରିଲକୁ ପରୀକ୍ଷା ପେ ଚର୍ଚ୍ଚାରେ ଏକାଠି ହେବା ।

Share