Categories: ଜାତୀୟ

ଦିଲ୍ଲୀ-ଡେରାଡୁନ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୨୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରାଖଣ୍ଡକୁ ଏବ ବଡ ଉପହାର ଦେଇଛନ୍ତି। ଉତ୍ତରାଖଣ୍ଡରୁ ଦିଲ୍ଲୀ ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଛନ୍ତି। ଗୁରୁବାର ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଆନନ୍ଦ ବିହାର ରେଲଓ୍ବେ ଷ୍ଟେଶନରେ ଭର୍ଚୁଆଲ ମୋଡରେ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି।

ଡୁନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରେଳ ଷ୍ଟେସନରେ ଉପସ୍ଥିତ ଥିବାବେଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାହାରନପୁର ଜଙ୍କସନ ଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଦିଲ୍ଲୀ-ଡେରାଡୁନ ମଧ୍ୟରେ ଚାଲିବାକୁ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଚେୟାର କାର ପାଇଁ ୯୦୦ ଟଙ୍କା ଏବଂ ଏକ୍ଜ୍ୟୁକିଟିଭ ଚେୟାର କାର ପାଇଁ ୧୬୯୫ଟଙ୍କା ଦେବାକୁ ପଡିବ। ଉତ୍ତରପ୍ରଦେଶର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାର କହିଛନ୍ତି ଯେ ଉତ୍ତରପ୍ରଦେଶ ଏବଂ ଦେଶର ରାଜଧାନୀକୁ ସଂଯୋଗ କରୁଥିବା ଏହା ହେଉଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ ୧୮ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀରୁ ଦେଶର୧୭ ତମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଏହା ପରେ ଆସନ୍ତା ୨୯ ତାରିଖରୁ ବନ୍ଦେ ଭାରତ ଏକ୍ସପ୍ରେସର ନିୟମିତ ସଞ୍ଚାଳନ କରାଯିବ।

Share