Categories: ଜାତୀୟ

କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୮ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୧୩ରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳିରେ କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିବେ । ମିଳିଥିବା ସୂଚନାରୁ ଜଣାପଡିଛି କି ୧୩ ଡିସେମ୍ବରରୁ ପ୍ରାୟ ୧ ମାସ ପର୍ଯ୍ୟନ୍ତ ବାରାଣସୀରେ ବଡ ବଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହାସହ ଭାରତୀୟ ଜନତା ପାର୍ଟି(ଭାଜପା) ପଦାଧିକାରୀଙ୍କ ସମ୍ମିଳନୀ ମଧ୍ୟ ବାରାଣସୀରେ ହେବ । ଏହାସହ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ବାରାଣସିରେ ବି ସମ୍ମିଳନୀ ହେବ ଓ ସମ୍ପୂର୍ଣ୍ଣ ଦେଶର ମେୟରଙ୍କର ମଧ୍ୟ ସମ୍ମିଳନୀ ହେବ ।
କାଶୀବିଶ୍ୱନାଥ କରିଡରର ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରି ଆସିଲାଣି । ଚଳିତ ମାସ ଶେଷ ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ ବୋଲି କୁହାଯାଉଛି । ଏହି କାଶୀବିଶ୍ୱନାଥ କରିଡର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ । ମାର୍ଚ୍ଚ ୨୦୧୯ରେ ମୋଦି ଏହି ପ୍ରୋଜେକ୍ଟ ଆରମ୍ଭ କରିଥିବା ବେଳେ ଏଥିରେ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Share