Categories: ଜାତୀୟ

ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଲୋକାର୍ପଣ କରିବେ ମୋଦି

ନୂଆଦିଲ୍ଲୀ,୧୬ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଲୋକାର୍ପଣ କରିବାକୁ ଯାଉଛନ୍ତି । ଏହି ରାସ୍ତା ଖୋଲିଯିବା ପରେ ଦିଲ୍ଲୀ, ଲକ୍ଷ୍ନୌ ସହ ବୁନ୍ଦେଲଖଣ୍ଡ ସିଧାସଳଖ ଯୋଡି ହୋଇଯିବ । ଏହି ଲୋକାର୍ପଣ ଉତ୍ସବରେ ଯୋଗ ଦେବାରୁ ଝାନ୍‌ସି ଓ ଲଳିତପୁରରୁ ବହୁ ସଂଖ୍ୟାରେ ଲୋକେ ଯାଉଛନ୍ତି । ଏମାନଙ୍କୁ ନେବା ପାଇଁ ରୋଡ ୱେଜର ୧୨୦ ଓ ୨୦୦ ଘରୋଇ ବସ୍‌ର ବ୍ୟବସ୍ଥା କରାଯାଇଛି ।
ଏହି ଅତ୍ୟାଧୁନିକ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉତ୍ତର ପ୍ରଦେଶର ୭ଜିଲା ମଧ୍ୟ ଦେଇ ଯିବ । ଏହାଦ୍ୱାରା ସ୍ଥାନୀୟ ଲୋକେ ବିଭିନ୍ନ ପ୍ରକାର ସୁବିଧା ପାଇବା ସହ ଏହା ଅର୍ଥ ବ୍ୟବସ୍ଥାକୁ ବି ମଜଭୁତ କରିବ ।
ସୂଚନାଯୋଗ୍ୟ, ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀରେ ଏହି ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଥିଲେ । ଦ୍ରୁତ ଗତିରେ କାମ ହୋଇ ଏବେ ଏହା ସାଧାରଣ ଜନତାଙ୍କ ପାଇଁ ଖୋଲି ଦିଆଯାଇଛି । ଏହି ଏକ୍ସପ୍ରେସ ୱେ ଲାଗି ୧୪,୮୫୦ କୋଟି ଟଙ୍କା ବ୍ୟୟ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏହି ୨୯୬ କିଲୋମିଟର ଲମ୍ବା ଏକ୍ସପ୍ରେସ ୱେର ଲୋକାର୍ପଣ କରିବାକୁ ଯାଉଛନ୍ତି ।

Share