Categories: ଜାତୀୟ

୬୩ ବର୍ଷ ମଧ୍ୟରେ ପ୍ରଥମଥର ସାଧାଣତନ୍ତ୍ର ଦିବସ ପରେଡରେ ସାମିଲ ହେବେ ନାହିଁ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା

ନୂଆଦିଲ୍ଲୀ,୨୫ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚଳିତବର୍ଷର ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ କଥାହେବେ । ଭିଡିଓ କନଫରେନ୍ସିଂ ଜରିଆରେ ଦିନ ପ୍ରାୟ ୧୨ଟାରେ ଏହି କାର୍ଯ୍ୟକ୍ରମ ସଞ୍ଚାଳନ କରାଯିବ । ତେବେ ଚଳିତ ବର୍ଷ ୬୩ ବର୍ଷ ମଧ୍ୟରେ ପ୍ରଥମଥର ଲାଗି ସାଧାରଣତନ୍ତ୍ର ଦିବସ ପରେଡରେ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନେ ସାମିଲ ହେବେ ନାହିଁ । ସୂଚନାଯୋଗ୍ୟ, ୧୯୫୭ରୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାମାନେ ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେଇ ଆସୁଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଏହାକୁ ବନ୍ଦ କରି ଦିଆଯାଇଛି । ଏଥର ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ରହିଛନ୍ତି ମୋଟ ୩୨ ଜଣ ।

Share