ରୋମ୍‌ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ରୋମ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୫ ଦିନିଆ ଇଟାଲୀ ଗସ୍ତାରେ ଯାଇ ରୋମ୍‌ରେ ପହଞ୍ଚିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟସୂଚୀ ବହୁତ ବ୍ୟସ୍ତ ବହୁଳ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଜି -୨୦ ଶିଖର ସମ୍ମିଳନୀ ଏବଂ ସିଓପି୨୬ ସମ୍ମିଳନୀରେ ଅଂଶଗ୍ରହଣ କରିବେ ଏବଂ ୨୦ ପ୍ରମୁଖ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ମୋଦି ସ୍କଟଲ୍ୟାଣ୍ଡର ଗ୍ଲାସଗୋ ଗସ୍ତ କରିବେ। ଇଟାଲୀରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ସେ ଅନ୍ୟ ଜି -୨୦ନେତାଙ୍କ ସହ ମହାମାରୀର ପୁନରୁଦ୍ଧାର, ବିଶ୍ୱ ଅର୍ଥନୀତି ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଚର୍ଚ୍ଚା କରିବେ।
ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ରୋମର କିଛି ଆକର୍ଷଣୀୟ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପାଞ୍ଚ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ସହ ବୃହତ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବାକୁ ଯାଉଛନ୍ତି। ଏଥିସହ ମୋଦି ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋ, ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।

Share