Categories: ଜାତୀୟ

ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨ ।୧: କ୍ରାନ୍ତି ଓ କ୍ରୀଡା ନଗରୀ ନାମରେ ପରିଚିତ ମିରଠ ପାଇଁ ରବିବାର ଏକ ଐତିହାସିକ ଦିନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମିରଠରେ ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାକୁ ଯାଉଛନ୍ତି । ଏହାସହ ମୋଦି ଔଘଡ ନାଥ ମନ୍ଦିର ଓ ଶହୀଦ ସ୍ମାରକ ବି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସରଧାନା ତହସିଲର ସଲାୱାରେ ଗଙ୍ଗ ନଗରଠାରେ ୯୧.୩୮ ଏକର ପରିମିତ ଜମିରେ ୭୦୦ କୋଟି ଟଙ୍କା ବ୍ୟୟରେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଉଛି । ଏଥିରେ ୫୪୦ ପୁରୁଷ, ୫୪୦ ମହିଳା ସମେତ ୧୦୮୦ ଖେଳାଳିଙ୍କ ପ୍ରଶିକ୍ଷଣର ବ୍ୟବସ୍ଥା ରହିବ । ଏଥିରେ ଶୁଟିଂ, ସ୍କେ୍ୱøଶ, ଜିମନାଷ୍ଟିକ, ୱେଟଲିପ୍ଟିଂ, ତୀରଚାଳନା ସହିତ ଅନ୍ୟାନ୍ୟ ଖେଳ ସୁବିଧା ରହିବ । କ୍ରୀଡା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ପାଇଁ ପ୍ରଧାନମନ୍ତ୍ର ୩ ଘଣ୍ଟା ମିରଠରେ ରହିବାର କାର୍ଯ୍ୟକ୍ରମ ରହିଛି । ସେ ସକାଳ ୧୧ଟା ୩୦ରେ କ୍ୟାଣ୍ଟ ସ୍ଥିତ ସେନା ହେଲିପ୍ୟାଡରେ ପହଞ୍ଚିବେ । ଏହାପରେ ସଡ଼କ ମାର୍ଗରେ ଶହୀଦ ସ୍ମାରକ ପହଞ୍ଚିବେ । ଦିନ ୧ଟାରୁ ୨ଟା ୩୦ ପର୍ଯ୍ୟନ୍ତ କ୍ରୀଡା ବିଶ୍ୱବିଦ୍ୟାଳୟ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ମୋଦି ।

Share