Categories: ଜାତୀୟ

୯ କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ମୋଦି ସରକାର ପଠାଇବେ ୧୮ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ,୨୫ ।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପାଖାପାଖି ୯କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮ ହଜାର କୋଟି ଟଙ୍କା ପଠାଇବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ଉତ୍ସବ ଭାବେ ପାଳନ କରିବାକୁ ପ୍ରସ୍ତୁତ ହାଇଛି । ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ୧ କୋଟି କୃଷକଙ୍କୁ ସାମିଲ କରିବାକୁ ଯୋଜନା କରାଯାଇଛି । ଭିଡିଓ କନଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଖାପାଖି ୬ଟି ରାଜ୍ୟର କୃଷକଙ୍କ ସହ କଥା ହେବେ ମୋଦି ଓ ସରକାରଙ୍କ ତରଫରୁ କୃଷକଙ୍କ ପାଇଁ ଥିବା ସୁବିଧା କଥା ଆଲୋଚନା କରିବେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ, ଏମ୍‌ପ, ବିଧାୟକ ଓ ସମସ୍ତ ନିର୍ବାଚିତ ଜନପ୍ରତିନିଧି ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷଙ୍କୁ ତଥ୍ୟ ପ୍ରଦାନ କରିବେ ।

Share