Categories: ଜାତୀୟ

୩୧ରେ ଚାଷୀଙ୍କ ଖାତାକୁ ଯିବ ୧୧ତମ କିସ୍ତି

ନୂଆଦିଲ୍ଲୀ,୨୯।୫: ଆସନ୍ତା ୩୧ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଚାଷୀଙ୍କ ଖାତାକୁ ଯିବ। ଏହି କିସ୍ତି ବାବଦକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏ ପଠାଯିବ । ସିମଲାରେ ଆୟୋଜିତ ଗରିବ କଲ୍ୟାଣ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ। ଏକାଦଶ କିସ୍ତିରେ ୨୧ ହଜାର କୋଟିରୁ ଅଧିକ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ମୋଦି ୭୭୩ ଜିଲାରେ ଜାରି ହୋଇଥିବା ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କର ସରକାରୀ କାର୍ଯ୍ୟକାଳ ୮ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Share