Categories: ଜାତୀୟ

ଶାହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୨ ।୧୦: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଗୁରୁବାର ଅର୍ଥାତ୍ ଅକ୍ଟୋବର ୨୨ତାରିଖରେ ଜନ୍ମଦିନ । ଏହି ଅବସରରେ ଦେଶର ନେତା, ମନ୍ତ୍ରୀ ତଥା ସମସ୍ତ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି, ପିୟୁଷ ଗୋୟଲ ପ୍ରମୁଖ ଶାହାଙ୍କୁ ୫୬ ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ଲେଖିଛନ୍ତି, ଶାହା ଜୀ ଜନ୍ମଦିନର ଶୁଭେଚ୍ଛା । ଦେଶ ଆପଣଙ୍କ ସମର୍ପଣ ଓ ଉତ୍କର୍ଷତାକୁ ଦେଖୁଛି ଯାହାସହ ଆପଣ ଦେଶର ପ୍ରଗତି ପାଇଁ କାମ କରୁଛନ୍ତି । ଭାରତୀୟ ଜନତା ପାର୍ଟି(ଭାଜପା)କୁ ମଜଭୁତ କରି ଗଢି ତୋଳିବାରେ ଆପଣଙ୍କ ଅବଦାନ ବି ଉଲ୍ଲେଖନୀୟ । ଈଶ୍ୱର ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶସେବା କରିବାକୁ ଓ ସୁସ୍ଥ ରହିବାକୁ ଆଶୀର୍ବାଦ ଦିଅନ୍ତୁ ।

Share