Categories: ଜାତୀୟ

ଦେଶବାସୀଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୭ ।୧୦: ଶନିବାରଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ଏହି ୯ ଦିନରେ ମା’ ଦୁର୍ଗାଙ୍କର ୯ଟି ସ୍ୱରୂପକୁ ପୂଜା କରାଯାଇଥାଏ । ଏହି ପବିତ୍ର ନବରାତ୍ରି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟୁଇଟ୍ କରି କହିଛନ୍ତି ଜଗତ ଜନନୀ ମା’ ଜଗଦମ୍ବା ଆପଣମାନଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ । ସୂଚନାଯୋଗ୍ୟ, ନବରାତ୍ର ପୂର୍ବଦିନ ମା’ଙ୍କର ଶୋଳସୂତ୍ରି ସ୍ୱରୂପର ପୂଜା କରାଯାଇଥାଏ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବି ନବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Share