Categories: ଜାତୀୟ

ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ,୨।୬: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜଓ୍ବେଲା ଗୁରୁବାର ସୂଚନା ଦେଇଛନ୍ତି। ତେବେ ସୋନିଆଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୁଇଟ୍‌ କରି ଲେଖିଛନ୍ତି ଯେ, ‘ସୋନିଆ ଗାନ୍ଧୀ  ଶୀଘ୍ର କରୋନାରୁ ସୁସ୍ଥ ହୋଇ ଯାଆନ୍ତୁ।’
ସୋନିଆଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ ଆଇସୋଲେଶନରେ ରହି ଚିକିତ୍ସିତ ହେଉଛନ୍ତି। ବୁଧବାର ସନ୍ଧ୍ୟାରେ ସୋନିଆଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ଏହା ପରେ ସେ କରୋନା ଟେଷ୍ଟ କରାଇଥିଲେ।

Share