Categories: ଜାତୀୟ

ଉଦ୍ଧବ ଠାକରେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୭ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ମୋଦି ଠାକରେଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି । ଉଦ୍ଧବ ଠାକରେଙ୍କ ଜନ୍ମ ୧୯୬୦ ଜୁଲାଇ ୨୭ରେ ମୁମ୍ବାଇରେ ହୋଇଥିଲା । ଠାକରେ ଶିବସେନାର ସଂସ୍ଥାପକ ବାଲା ସାହେବ ଠାକରେଙ୍କ ପୁଅ । ଏହାସହ ଏବେ ସେ ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ । ଶିବସେନାର ସମ୍ପର୍କ ବହୁଦିନ ଧରି ଭାରତୀୟ ଜନତା ପାର୍ଟି(ଭାଜପା) ସହ ଥିଲା । ହେଲେ ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଉଭୟ ଦଳ ମଧ୍ୟରେ ମତଭେଦ ହୋଇଥିଲା । ଏହାପରେ ଶିବସେନା କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ସହ ହାତ ମିଳାଇ ମହାରାଷ୍ଟ୍ରରେ ସରକାର ଗଠନ କରିଛି ।

Share