Advertisement

ବିଶ୍ୱର ପ୍ରଶଂସନୀୟ ବ୍ୟକ୍ତିଙ୍କ ତାଲିକାରେ ମୋଦି

ନୂଆଦିଲ୍ଲୀ,୧୫।୧୨: ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଶଂସନୀୟ ବ୍ୟକ୍ତିଙ୍କ ତାଲିକାରେ ୮ମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁଗଭ ନାମକ କମ୍ପାନୀ ପକ୍ଷରୁ ୩୮ ଦେଶର ୪୨ ହଜାର ଉତରଦାତାଙ୍କ ପତିକ୍ରିୟାକୁ ନେଇ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏହି ତାଲିକାରେ ଶାହରୁଖ ଖାନ, ଅମିତାଭ ବଚ୍ଚନ ଓ ବିରାଟ କୋହଲିଙ୍କ ଠାରୁ ଆଗରେ ରହିଛନ୍ତି।

ତାଲିକାରେ ଶୀର୍ଷରେ ରହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ତାଙ୍କ ପଛକୁ ଯଥାକ୍ରମେ ବିଲ ଗେଟ୍ସ, ସି ଜିନପିଙ୍ଗ, କ୍ରିଷ୍ଟିଆନୋ ରୋନାଲ୍ଡୋ, ଜ୍ୟାକି ଚାନ, ଏଲୋନ ମସ୍କ, ଲିଓନେଲ ମେସି, ନରେନ୍ଦ୍ର ମୋଦି, ଭ୍ଲାଦମିର ପୁଟିନ ଓ ଜ୍ୟାକ ମା ରହିଛନ୍ତି। ତାଲିକାର ୧୨ତମ ସ୍ଥାନରେ ସଚିନ ତେନ୍ଦୁଲକର, ୧୪ରେ ଶାହରୁଖ ଖାନ, ୧୫ରେ ବିଗ୍‌ ବି ଏବଂ ୧୮ତମ ସ୍ଥାନରେ କୋହଲି ରହିଛନ୍ତି।

ସର୍ଭରେ ଅଂଶଗ୍ରହଣ କରିଥିବା ଉତ୍ତରାଦାତାଙ୍କୁ ପଚରା ଯାଇଥିବା ମୁଖ୍ୟତଃ ଗୋଟିଏ ପ୍ରଶ୍ନ କରାଯାଇଥିଲା। ବିଶ୍ୱରେ ଜୀବିତ ଥିବା ବ୍ୟକ୍ତି (ପୁରୁଷ ଓ ମହିଳା)ଙ୍କ ମଧ୍ୟରେ କାହାକୁ ସବୁଠୁ ଅଧିକ ପ୍ରଶଂସନୀୟ ବ୍ୟକ୍ତି ମାନନ୍ତି? ସେମାନଙ୍କ ଉତ୍ତରକୁ ଆଧାର କରି ବିଶ୍ୱର ସବୁଠୁ ୨୦ ପ୍ରଶଂସନିୟ ପୁରୁଷ ଓ ମହିଳାଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share