Categories: ଜାତୀୟ

କରୋନାରେ ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ ନିକଟକୁ ଭାବୁକ ପତ୍ର ଲେଖିଲେ ମୋଦି

ନୂଆଦିଲ୍ଲୀ,୩୧ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସମୟରେ ନିଜ ମାତାପିତାଙ୍କୁ ହରାଇଥିବା ପିଲାମାନଙ୍କ ପାଖକୁ ଭାବୁକ ପତ୍ର ଲେଖିଛନ୍ତି । ଦିଲ୍ଲୀରେ ରହୁଥିବା ଜଣେ ବାଳିକାଙ୍କୁ ଏମିତି ଏକ ପତ୍ର ମିଳିଛି । ଏଥିରେ ମୋଦି ଲେଖିଛନ୍ତି, ମୁଁ ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହେଁ ବରଂ ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବେ ଏହି ପତ୍ର ଲେଖିଛି । ସେ ଆହୁରି ମଧ୍ୟ ଲେଖିଛନ୍ତି କରୋନା ବିଭିଷିକା ମଧ୍ୟରେ ଗତ ୨ ବର୍ଷରେ ବିଶ୍ୱରେ ଅନେକ ପରିବାର ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି । ଏହି ମହାମାରୀରେ ଆପଣ ନିଜ ନିଜର ପ୍ରିୟଜନଙ୍କୁ ହରାଇବାରେ ଯେଉଁ ଦୁଃଖ ପାଇଛନ୍ତି ତାହା ଶବ୍ଦରେ ପ୍ରକାଶ କରିବା କଷ୍ଟକର ।
ସୂଚନାଯୋଗ୍ୟ, ଦେଶର ପ୍ରାୟ ୪୦୦୦ ଶିଶୁଙ୍କ ନିକଟକୁ ମୋଦି ଏମିତି ପତ୍ର ଲେଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଭାଗ୍ୟବାନ ଯେ ମୋତେ ମୋ ମାଆଙ୍କର ସ୍ନେହ ମିଳିଛି । ହେଲେ ମୋ ମାଆ ତାଙ୍କ ମାଆଙ୍କ ମୁହଁ ବି ମନେ ରଖି ନାହାନ୍ତି ।

Share