ମୋଦିଙ୍କୁ ଦେଖି ଭାବବିହ୍ଵଳ ହେଲେ ୟୁକ୍ରେନ ରାଷ୍ଟ୍ରପତି: ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ ପୋଲାଣ୍ଡରୁ ସିଧା ଟ୍ରେନ୍ ଯୋଗେ ସେ କିଭରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ସମ୍ପ୍ରଦାୟର ଲୋକମାନେ ସ୍ୱାଗତ କରିଥିଲେ। ଏହି ସମୟରେ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଛନ୍ତି।

ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମୋଦି ୟୁକ୍ରେନ ଜାତୀୟ ସଂଗ୍ରହାଳୟରେ ପହଞ୍ଚିଥିଲେ। ଏହି ସମୟର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ଭାବପ୍ରବଣ ହୋଇଥିବାର ଦେଖିବାକୁ ମିଳୁଛି। ଏଠାରେ ଉଭୟ ନେତା ରୁଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧରେ ନିହତ ପିଲାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହାପରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ମାରିଏନସ୍କି ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଜେଲେନସ୍କି ଆଲୋଚନା କରିଥିଲେ। ମୋଦିଙ୍କୁ ସ୍ୱାଗତ କରିବା ପାଇଁ ମାରିଏନସ୍କି ପ୍ୟାଲେସକୁ ସମ୍ପୂର୍ଣ୍ଣ ସଜାଯାଇଛି।

କିଭ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ପହଞ୍ଚିଛନ୍ତି। ଏହି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଭ ଏଭି ଫୋମିନ୍ ବଟାନିକାଲ୍ ଗାର୍ଡେନ୍ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଫୁଲ ଅର୍ପଣ କରିଥିଲେ। ଏହି ମୂର୍ତ୍ତି ୨୦୨୦ ରେ ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀରେ ସ୍ଥାପିତ ହୋଇଥିଲା।

ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନରେ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ନିମନ୍ତ୍ରଣରେ ପିଏମ ମୋଦି ଏହି ଗସ୍ତରେ ଆଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସଲ ଉଜାଡ଼ିଲା କାଳବୈଶାଖୀ: ଝଡ଼ି ପଡ଼ିଛି ଅମଳକ୍ଷମ ଧାନ, ଚାଷୀ ଚିନ୍ତିତ

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଳ୍ପଦିନ ପରେ ରବିଧାନ ଅମଳ ଆରମ୍ଭ ହେବ। କିନ୍ତୁ ଏବେ କାଳବୈଶାଖୀ ଜିଲାର ଚାଷୀଙ୍କ ପାଇଁ କାଳ ସାଜିଛି। ଏହାର...

‘ଜବାବ ପାଇଁ ପ୍ରସ୍ତୁତ ରହୁ ପାକିସ୍ତାନ, ଯଦି ରକ୍ତପାତ ହେବ ତ…’, ବିଲାଓ୍ବଲ ଭୁଟ୍ଟୋଙ୍କୁ ଥରୁରଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୨୮।୪: ପହଲଗାମ ଆକ୍ରମଣ ଉପରେ କଂଗ୍ରେସ ନେତା ଶଶି ଥରୁର ପ୍ରତିକ୍ରିୟା ଦେଇଛନ୍ତି। ଶଶି ଥରୁର କହିଥିଲେ, ‘ମୁଁ ଭାବୁଛି ଏହା ସ୍ପଷ୍ଟ ଯେ ଏକ...

କାନାଡାରେ Pahalgam Attackକୁ ନେଇ ସାମ୍ନା ସାମ୍ନି ହେଲେ ଭାରତ-ପାକ ଜନତା

ଲଣ୍ଡନ,୨୮।୪: ପହଲଗାମ ଆକ୍ରମଣକୁ ନେଇ ଲଣ୍ଡନରେ ପ୍ରତିବାଦ ଜାରି ରହିଛି। Pahalgam Attack ପରେ ‘ଭାରତୀୟ ପ୍ରଚାର’ ବୋଲି କୁହାଯାଉଥିବା ପାକିସ୍ତାନୀ ପ୍ରତିବାଦର ପ୍ରତିବାଦ କରିବା...

ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ସାହୁ ଜୁଏଲାରୀ ଓ୍ବର୍କସପ୍‌ ମାଲିକ ଦୀପକ ସାହୁଙ୍କୁ ମାଡ଼ ମାରି ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର...

କମ୍ପାନୀରୁ ଶ୍ରମିକଙ୍କୁ ଆଣି ଆସୁଥିବାବେଳେ ଓଲଟିଲା ବସ୍‌: ଜଣେ ମୃତ

ସୁନ୍ଦରଗଡ଼,୨୮ା୪(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଏନ୍‌ଟିପିସି ଡୁଲଙ୍ଗା କୋଇଲା ଖଣି ଭିତରେ ବସ୍‌ ଦୁର୍ଘଟଣା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ପାକିସ୍ତାନକୁ ଆଇନା ଦେଖାଇଲେ ଓଓ୍ବାଇସି, Pahalgam Attackକୁ ନେଇ କହିଲେ ତୁମେ ଭାରତଠାରୁ ଅଧ ଘଣ୍ଟା ନୁହେଁ, ଅଧା ଶତାବ୍ଦୀ ପଛରେ ଅଛ

ନୂଆଦିଲ୍ଲୀ,୨୮।୪: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପୁଣି ଥରେ ପାକିସ୍ତାନ ଉପରେ ବର୍ଷିଛନ୍ତି। ଓୱାଇସି ପାକିସ୍ତାନକୁ କହିଥିଲେ ଯେ ତୁମେ ଭାରତଠାରୁ ଅଧା ଶତାବ୍ଦୀ ପଛରେ...

‘ପହଲଗାମ ଆକ୍ରମଣ ଭାରତ ନିଜେ କରି ଆମକୁ ବଦନାମ କରୁଛି’

ଇସଲାମାବାଦ,୨୮ା୪: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଏକ ହାସ୍ୟାସ୍ପଦ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏବେ ଲାଗୁଛି ଭାରତ...

Pahalgam Attack: ପୃଥିବୀର ଭୂସ୍ବର୍ଗ ଏବେ ନିରବ, ନିଃଶବ୍ଦ, ଚୁପ ହୋଇଯାଇଛି ଡାଲ ହ୍ରଦ

ଜମ୍ମୁ,୨୮।୪: ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦର ହାଉସ ବୋଟ ଗୁଡ଼ିକ ପ୍ରାୟ ଖାଲି ପଡ଼ିଛି। କିଛି ଦିନ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ହ୍ରଦ ପରିଦର୍ଶନରେ ନେବା ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image