କରୋନା ସମୟରେ ବଢିଛି ମୋଦିଙ୍କ ଲୋକପ୍ରିୟତା!

ନୂଆଦିଲ୍ଲୀ,୩୧ ।୧୨: କରୋନା ଭାଇରସ ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିଛି । ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଦ୍ୱାରା କରାଯାଇଥିବା ଏକ ବିଶ୍ଲେଷଣରେ ଏହା ଜଣାପଡିଛି । କରୋନା ମହାମାରୀ ସମୟରେ ମୋଦିଙ୍କ ଆପ୍ରୁଭାଲ ରେଟିଂ ୫୫ ରହିଥିଲା । ରିପୋର୍ଟରେ ଏହା ବି କୁହାଯାଇଛି କି ମୋଦିଙ୍କ ଲୋକପ୍ରିୟତା ବିଶ୍ୱର ବଡ ବଡ ନେତାଙ୍କଠାରୁ ଆଗରେ ରହିଛି । ମର୍ଣ୍ଣିଂ କନସଲ୍ଟ ସଂସ୍ଥାର ପଲିଟିକାଲ ଇଣ୍ଟଲିଜେନ୍ସ ବିଭାଗ ଏବେ ବିଶ୍ୱର ୧୩ ଦେଶର ନେତାଙ୍କର ଆପ୍ରୁଭାଲ ରେଟିଂ ସ୍ଥିର କରୁଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଟାଲୀ, ଜାପାନ, ମେକ୍ସିକୋ, ସାଉଥ କୋରିଆ, ସ୍ପେନ, ୟୁନାଇଟେଡ କିଙ୍ଗଡମ୍ , ଆମେରିକା । ଏହି ତଥ୍ୟ ଜରିଆରେ ଦେଶରେ ନେତାଙ୍କ ଲୋକପ୍ରିୟତା ଜାଣିବାରେ ମଧ୍ୟ ସହାୟକ ହେବ । ଏହି ଲୋକପ୍ରିୟତା ବୃଦ୍ଧି ତାଲିକା ଅନୁଯାୟୀ ମୋଦିଙ୍କ ବ୍ୟତୀତ ମେକ୍ସିକୋ ରାଷ୍ଟ୍ରପତି ଏଡ୍ରେସ ମ୍ୟାନୁଏଲ ଲୋପେଜ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଷ୍ଟକ ମରିସନ ବି ସାମିଲ ଅଛନ୍ତି । କୁହାଯାଉଛି ଏହା ପୂର୍ବରୁ ମଧ୍ୟ ଯେତିକି ରିପୋର୍ଟ ଆସିଛି ସେଥିରେ ମୋଦିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେଶନ(ଡବ୍ଲୁଏଚ୍‌ଓ) ମାର୍ଚ୍ଚ ୧୧ରେ କରୋନା ଭାଇରସକୁ ମହାମାରୀ ବୋଲି ଘୋଷଣା କରିଥିଲା । ଏହାପରେ ବିଶ୍ୱର ୧୦ ନେତାଙ୍କ ଲୋକପ୍ରିୟତାରେ ୯ ପ୍ରତିଶତ ବୃଦ୍ଧି ହୋଇଥିଲା । ଏ୍‌ଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଆଗରେ ଥିଲେ । ଏଥିରେ ଅଷ୍ଟ୍ରେଲିଆ, କାନାଡା ଓ ଜର୍ମାନୀର ଶୀର୍ଷ ନେତାଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ହୋଇଥିଲା ।

Share