Categories: ଜାତୀୟ

କରୋନାରେ ପ୍ରାଣ ହରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡୀ

ଅହମ୍ମଦାବାଦ,୨୭।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। କରୋନା ଅନେକ ଜୀବନ ନେଲାଣି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡୀ ନର୍ମଦାବେନ ମୋଦି ସିଭିଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ କରୋନା ସଂକ୍ରମିତ ହୋଇଥିଲେ। ନର୍ମଦାବେନ ନିଜ ପିଲାମାନଙ୍କ ସହିତ ନ୍ୟୁ ରାନିପ ଅଞ୍ଚଳରେ ରହୁଥିଲେ। ପ୍ରଧାନମନ୍ତ୍ରୀଙ୍କ ସାନଭାଇ ପ୍ରହ୍ଲାଦ ମୋଦି କହିଛନ୍ତି ଯେ, କରୋନା ସଂକ୍ରମଣ ହେତୁ ନର୍ମଦାବେନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ପ୍ରାୟ ଦଶ ଦିନ ପୂର୍ବେ ତାଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଆଜି ଡାକ୍ତରଖାନାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରହ୍ଲାଦ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପିତା ଦାମୋଦରଦାସଙ୍କ ଭାଇ ତଥା ନର୍ମଦାବେନଙ୍କ ସ୍ବାମୀ ଜଗଜୀବନଙ୍କର ଅନେକ ବର୍ଷ ପୂର୍ବରୁ ଦେହାନ୍ତ ହୋଇଥିଲା।

Share