Categories: ଜାତୀୟ

ଗୁଜରାଟରେ ଭାଜପାର ରେକର୍ଡ ବିଜୟ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ମୋଦି

ନୂଆଦିଲ୍ଲୀ,୮।୧୨: ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ନିଜ ରାଜ୍ୟରେ ଭାଜପାର ରେକର୍ଡ ବିଜୟ ଉପରେ ସେ କହିଛନ୍ତି, ଗୁଜରାଟକୁ ଧନ୍ୟବାଦ। ଅଦ୍ଭୂତପୂର୍ବ ନିର୍ବାଚନ ଫଳାଫଳକୁ ଦେଖିବା ପରେ ମୁଁ ଭାବପ୍ରବଣ ହୋଇପଡିଛି। ଲୋକମାନେ ବିକାଶର ରାଜନୀତିକୁ ଆଶୀର୍ବାଦ ଦେଇଛନ୍ତି। ମୁଁ ଗୁଜରାଟର ଲୋକଙ୍କ ଶକ୍ତିକୁ ପ୍ରଣାମ କରୁଛି। ଏଥିସହ ମୋଦି ହିମାଚଳ ପ୍ରଦେଶର ଲୋକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, ମୁଁ ହିମାଚଳ ପ୍ରଦେଶର ଲୋକଙ୍କୁ ଭାଜପା ପ୍ରତି ସ୍ନେହ ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି। ରାଜ୍ୟର ଆକାଂକ୍ଷାକୁ ପୂରଣ କରିବା ଏବଂ ଭବିଷ୍ୟତରେ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ।

Share