ନୂଆଦିଲ୍ଲୀ, ୮ା୨- ଆନ୍ଦୋଳନ ଶେଷ କରିବା ନିମନ୍ତେ ରାଜ୍ୟ ସଭାରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିବା ସହ ଆଲୋଚନା ପୁଣି ଥରେ ଆରମ୍ଭ କରିବାକୁ ଆମନ୍ତ୍ରଣ କରିଥିଲେ। ଏହାକୁ ସ୍ବୀକାର କରିଛନ୍ତି ଆନ୍ଦୋଳନକାରୀ। ତିନି ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ନେତାମାନେ ସରକାରଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ। ଆଉ ପରବର୍ତ୍ତୀ ବୈଠକ ଲାଗି ତାରିଖ ଧାର୍ଯ୍ୟ କରାଯାଉ। ଆମେ କଦାପି ଆଲୋଚନା ଲାଗି ମନା କରିନାହୁଁ। ଯେତେବେଳେ ଡକାଯାଇଛି, ଆମେ ବୈଠକକୁ ଯାଇଛୁ। ଆମେ ସେମାନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଚାଷୀ ନେତା ଶିବ କୁମାର କାକ୍କା କହିଛନ୍ତି।
ଉଲ୍ଲେଖଥାଉ କି, ସରକାରଙ୍କ ସହ ୧୧ ରାଉଣ୍ଡ ବୈଠକ ପରେ ମଧ୍ୟ କୌଣସି ସମାଧାନ ବାଟ ମିଳି ନ ଥିଲା। ଅନ୍ତିମ ଥର ଜାନୁୟାରୀ ୨୩ ତାରିଖରେ ଦୁଇ ପକ୍ଷ ମଧ୍ୟରେ ହୋଇଥିଲା ଆଲୋଚନା।