ନୂଆଦିଲ୍ଲୀ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ବୁଧବାର ହୀରାବେନଙ୍କୁ ଅହମ୍ମଦାବାଦର ୟୁଏନ୍ ମେହେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦି ମା’ ହୀରାବେନଙ୍କ ୧୦୦ ତମ ଜନ୍ମଦିନ ପାଳନ କରିଥିଲେ। ଏଥି ସହିତ ଗୁଜୁରାଟ ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମାଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ।