ଅହମ୍ମଦାବାଦ,୫।୧୨: ଗୁଜରାଟ ବିଧାୟନସଭା ନିର୍ବାଚନ ପାଇଁ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି।୧୪ଟି ଜିଲାରେ ୯୩ ବିଧାନସଭା ଆସନରେ ସକାଳ ୮ଟାରୁ ଭୋଟିଂ ଜାରି ରହିଥିବା ବେଳେ ସକାଳୁ ମତଦାତାମାନେ ଲମ୍ବା ଲାଇନ୍ରେ ଆସି ନିଜର ମତଦାନ ସାବ୍ୟସ୍ତ କରିଥିଲେ। ଦ୍ୱିପ୍ରହର ୧ଟା ପର୍ଯ୍ୟନ୍ତ ୩୪.୭୪ ପ୍ରତିଶତ ମତଦାନ ହୋଇଥିବା ନେଇ ନର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ସର୍ବାଧିକ ମତଦାନ ସାବରକାଣ୍ଠାରେ ୩୯.୭୩ ପ୍ରତିଶତ ହୋଇଥିବା ବେଳେ ସର୍ବନିମ୍ନ ୨୯.୭୨ପ୍ରତିଶତ ହୋଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ୧୦୦ ବର୍ଷୀୟ ହୀରାବେନ ଗାନ୍ଧୀନଗର ସ୍ଥିତ ଏକ ବୁଥ୍ କେନ୍ଦ୍ରରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଏହି ସମୟରେ ତାଙ୍କ ପୁଅ ତଥା ପ୍ରଧାନମନ୍ତ୍ରୀଙ୍କ ଭାଇ ପଙ୍କଜ ମୋଦି ଉପସ୍ଥିତ ରହିଥିଲେ।