Categories: ଜାତୀୟ

ମୋଦିଙ୍କୁ ରାଖୀ ପଠାଇଲେ ପାକିସ୍ତାନ ଭଉଣୀ

ମୋଦିଙ୍କୁ ରାଖୀ ପଠାଇଲେ ପାକିସ୍ତାନ ଭଉଣୀ
ନୂଆଦିଲ୍ଲୀ,୭।୮: ଆଗକୁ ଆସୁଛି ରକ୍ଷାବନ୍ଧନ। ଭାଇ ହାତରେ ରାଖୀ ବାନ୍ଧିବାକୁ ଭଉଣୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାକିସ୍ତାନୀ ଭଉଣୀ କମାର ମୋହସିନ ଶେଖ ତାଙ୍କ ପାଇଁ ରାଖୀ ପଠାଇଛନ୍ତି। ଏହା ସହିତ ସେ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।
ମୋଦିଙ୍କୁ ରାଖୀ ପଠାଇ ମୋହସିନ କହିଛନ୍ତି,ମୁଁ ଆନ୍ତରିକତାର ସହ ଆଶା କରୁଛି ଯେ ପ୍ରଧାନମନ୍ତ୍ରୀ ମୋତେ ଏଥର ଦିଲ୍ଲୀ ଡାକିବେ। ମୁଁ ସମସ୍ତ ପ୍ରସ୍ତୁତି ମଧ୍ୟ କରିସାରିଛି। ମୁଁ ନିଜେ ମୋଦିଙ୍କ ପାଇଁ ଏହି ରାଖୀ ତିଆରି କରିଛିଏବଂ ଏଥିରେ ଏମ୍ବ୍ରୋଡୋରୀ ଡିଜାଇନ କରିଛି।
ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରି ରାଖୀ ସହିତ ଏକ ଚିଠି ଲେଖିଛି। ସେ ଯେପରି ଭଲ କାମ କରୁଛନ୍ତି ସେପରି ଜାରି ରଖିବା ଉଚିତ୍‌। ଏହା ସହିତ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ଏଥିରେ କୌଣସି ସନ୍ଦେହ ନାହିଁ। ସେ ମଧ୍ୟ ଏଥିପାଇଁ
ଯୋଗ୍ୟ, କାରଣ ତାଙ୍କର ସେହି ସବୁ ଦକ୍ଷତା ଅଛି ଏବଂ ମୁଁ ଚାହେଁ ଯେ ସେ ପ୍ରତ୍ୟେକ ଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ୨୦-୨୫ ବର୍ଷ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାଖୀ ପଠାନ୍ତି ମୋହସିନ।

Share