Categories: ଜାତୀୟ

ଇସ୍ତଫା ଦେଲେ ମୋଦିଙ୍କ ମୁଖ୍ୟ ପରାମର୍ଶଦାତା

ନୂଆଦିଲ୍ଲୀ,୧୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାମର୍ଶଦାତା ପି. କେ. ସିହ୍ନା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଭଳି ପଦକ୍ଷେପ ପଛରେ ବ୍ୟକ୍ତିଗତ କାରଣ ରହିଛି। ପୂର୍ବତନ କ୍ୟାବିନେଟ୍‌ ସଚିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଗତ ୧୮ ମାସ ହେଲା ଯୋଡ଼ି ହୋଇଥିଲେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କ ଲାଗି ୨୦୧୯ରେ ମୁଖ୍ୟ ପରାମର୍ଶଦାତା ପଦବୀ ସୃଷ୍ଟି କରାଯାଇଥିଲା। ତାଙ୍କ କାର୍ଯ୍ୟକାଳ ପ୍ରଧାନମନ୍ତ୍ରୀଙ୍କ ସହ ଶେଷ ହୋଇଥାନ୍ତା। ମୁଖ୍ୟ ପରାମର୍ଶଦାତା ପଦ ସମ୍ଭାଳିବା ପୂର୍ବରୁ ୧୯୭୭ ବ୍ୟାଚ୍‌ ଆଇଏଏସ୍‌ ଅଫିସର ୪ ବର୍ଷ ଧରି କ୍ୟାବିନେଟ୍‌ ସଚିବ ଥିଲେ। କେବଳ ଏତିକି ନୁହେଁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରବେଳେ ୩ ମନ୍ତ୍ରଣାଳୟର ସଚିବ ଦାୟିତ୍ୱରେ ଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟରେ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗର ନୀତି ତଦାରଖ କରୁଥିଲେ।

Share