Categories: ଜାତୀୟ

ଉତ୍ତରାଖଣ୍ଡ ନିର୍ବାଚନ: ମୋଦିଙ୍କ ପ୍ରଥମ ଭର୍ଚୁଆଲ ରାଲି ସ୍ଥଗିତ

ନୂଆଦିଲ୍ଲୀ,୪ ।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଖେଇ ଅସିଲାଣି । ତେବେ ନିର୍ବାଚନ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ତାଙ୍କର ପ୍ରଥମ ଭର୍ଚୁଆଲ ପ୍ରଚାର ଆରମ୍ଭ କରିଥାଆନ୍ତେ । ହେଲେ ଖରାପ ପାଗ ଯୋଗୁ ଏହା ସ୍ଥଗିତ ରଖାଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନେ ଏହି ରାଲିରେ ଯୋଗ ଦେଇଥାଆନ୍ତେ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିବା କୁହାଯାଇଛି ।
ମୋଦିଙ୍କର ଏହି ଭର୍ଚୁଆଲ ରାଲି ବିଭିନ୍ନ ନିର୍ବାଚନ ମଣ୍ଡଳୀ ଯେମିତିକି ଅଲମୋରା, ବାଗେଶ୍ୱର, ଚମ୍ବାୱତ ଓ ପିଥୋରଗଡ଼ ଆଦିକୁ ପହଞ୍ଚିଥାଆନ୍ତା । ଏଥିପାଇଁ ୫୬ଟି ଲୋକେଶନ ଚିହ୍ନଟ କରାଯାଇଥିବା ବେଳେ ୧୪ଟି ନିର୍ବାଚନ ମଣ୍ଡଳୀର ପ୍ରାୟ ୫୦.୦୦୦ ଲୋକ ଏଥିରେ ଭାଗ ନେଇଥାଆନ୍ତେ । ସୂଚନାଯୋଗ୍ୟ, ଫେବୃୟାରୀ ୧୪ରେ ଉତ୍ତରାଖଣ୍ଡ ବିଧାନସଭା ଲାଗି ଭୋଟ ଗ୍ରହଣ କରାଯିବ ।

Share